ଏମିତି ବି ଆସେ ମୃତ୍ୟୁ: ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ଗ୍ୟାରେଜ ମାଲିକ ମୃତ

 

ଗାଡିରେ ପମ୍ପ ଦେବାବେଳେ  ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଗ୍ୟାରେଜ ମାଲିକଙ୍କ ମୃତ୍ୟୁ । ଘଟଣାରେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ସୂଚନା ଅନୁଯାୟୀ ଆଜି ସକାଳ ୮ଟା ବେଳେ ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ ସଦର ଥାନା ଦଳେଇପୁଟ ଛକ ନିକଟ ଏକ ଗ୍ୟାରେଜରେ  ବଡ଼ ଧରଣର ଅଘଟଣ ଘଟିଛି। 

ଏଠାରେ ଏକ ଟ୍ରକରେ ପମ୍ପ ଦେବାବେଳେ ଏୟାର ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଟାୟାର୍ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ଦୁଇଜଣ ଗୁରୁତର ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ନବ କିଶୋର ବରାଡ଼ (୫୫)। ଘଟଣାଟି ଏତେ ଭୟାବହ ଯେ  ନବ କିଶୋରଙ୍କର ଶରୀର ୮୦ରୁ ଅଧିକ ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଥିଲା। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share this post

Previous Post Next Post