ଯୁବତୀଙ୍କୁ ଅପହରଣ ମାମଲା, ରଙ୍ଗିଲା ବାବାଙ୍କୁ ଉଠାଇନେଲା ପୋଲିସ

 

ରଂଗୀଲା ବାବା ଗିରଫ। ଯୁବତୀଙ୍କୁ ଅପହରଣ ମାମଲାରେ ରଙ୍ଗିଲା ବାବାଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ । କଟକ ତିଗିରିଆ ଥାନା ସୋମପଡ଼ା ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରୁ ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କୁ ଉଠାଇନେଲା ପୋଲିସ୍ । ଗତ ୭ ତାରିଖ ଅପହୃତା ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ୍  ।

ଆଜି ଢେଙ୍କାନାଳ ସଦର SDPOଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୋଲିସ ସହାୟତାରେ ତିଗିରିଆ ଥାନା ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରେ ଚଢ଼ାଉ କରାଯାଇଛି । ବାବାଙ୍କ କାରକୁ ମଧ୍ଯ ଜବତ କରାଯାଇଛି । ଚଢ଼ାଉ ସମୟରେ ବାବାଙ୍କ କାରରୁ କିଛି ଆପତ୍ତି ଜନକ ସାମଗ୍ରୀ ସହ ଯୁବତୀଙ୍କ ସହିତ କିଛି ଅନ୍ତରଙ୍ଗ ଫଟୋ ଓ ଜିନସ ପ୍ୟାଣ୍ଟ ମିଳିଛି  ।

Share this post

Previous Post Next Post