Breaking News

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

 

ଶ୍ରୀମନ୍ଦିରରେ ସୁଦ୍ଧ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଶ୍ରୀମନ୍ଦିର ସୁଆର ମହାସୁଆର ସେବାୟତ ନିଯୋଗ। ମନ୍ଦିରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଓମ୍ଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉ ବୋଲି ଚିଠିରେ ଉଲ୍ଲେଖ କଲେ ସେବାୟତ। 

ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯାଉ ବୋଲି ମତ ଦେଇଛନ୍ତି।ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋଶାଳା ଓ ଡାଏରୀ ଫାର୍ମ କରାଯିବାକୁ ମଧ୍ଯ ଚିଠିରେ ଉଲ୍ଲେଖ ରହିଛି। ସମସ୍ତ ଦିଗରୁ ପ୍ରଧାନମନ୍ତ୍ରୀ ଚିନ୍ତା କରି ଏ ନେଇ କିଛି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସେବାୟତ ମାନେ ଆଶା ରଖିଛନ୍ତି।  ସୂଚନା ଯୋଗ୍ୟ ରାଜ୍ଯ ସରକାର କିଛି ଦିନ ହେବ ରାଜ୍ଯ ର ପ୍ରମୁଖ ସମସ୍ତ ମନ୍ଦିରରେ ଘିଅର ମାନ ଜାଞ୍ଚ କରୁଛନ୍ତି।

Type and hit Enter to search

Close