ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ବିଲ କରାଇ ଦେବାକୁ ନେଉଥିଲେ ଲାଞ୍ଚ
ଲାଞ୍ଚ ନେବାବେଳେ ଭିଜାଲାନ୍ସ ହାତରେ ଧରାପଡ଼ିଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀଙ୍କୁ ଭିଜିଲାନ୍ସ ଧରିଛି । ଠିକାଦାରଙ୍କଠାରୁ ୪୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିତେନ୍ଦ୍ରଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ୍ । ଏହାପରେ କାର୍ଯ୍ୟାଳୟ ସମେତ ସୋନପୁର ବାସଭବନରେ ଚଢାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।