ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା; କାଲି ଦିନ ୧୨ଟା ପୂର୍ବରୁ ସୁଭଦ୍ରା ଟଙ୍କା

 

ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଆକାଉଣ୍ଚକୁ ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାରି ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଏଥିପାଇଁ ବ୍ୟସ୍ତ ନହୋଇ ଅପେକ୍ଷା କରନ୍ତୁ ।ଆସନ୍ତାକାଲି ସବୁ ହିତାଧିକାରୀଙ୍କ ଆକାଉଣ୍ଚକୁ ଟଙ୍କା ଯିବା ନେଇ କହିଛନ୍ତି ପ୍ରଭାତି ପରିଡା । ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଶ୍ୱସ୍ତ ରୁହୁବା ସହ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । 

ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଥିଲା ।

Share this post with your friends

Prev Post Next Post