ଆସିଲା ବାତ୍ୟାର ନୂଆ ଗତିପଥ । ତେବେ ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା ରହିଛି । ସେପଟେ ଗୋପାଳପୁର ସମୁଦ୍ର କୂଳରେ ଏବେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ବେଳେ ସୁରକ୍ଷାକର୍ମୀ ସତର୍କ କରାଇଲେଣି । IMDର ବାତ୍ୟା ଆଲର୍ଟକୁ ଦୃଷ୍ଟିରେ ରଖି ଆଜି ସାଇକ୍ଲୋଥନ୍ ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ। ବୈଠକରେ ଅଧ୍ୟକ୍ଷତା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କୂଳ ଛୁଇଁପାରେ । ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ଛୁଇଁପାରେ । ଭୀଷଣ ବାତ୍ୟା ରୂପ ନେଇ କୂଳ ଛୁଇଁପାରେ । ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇପଡ଼ିଛନ୍ତି ସରକାର । ତେବେ ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସେ ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, SRC ଉପସ୍ଥିତ ରହିବେ ।
Social Footer