ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଏହିସବୁ ସମସ୍ୟା

 

ଆଜିକାଲି ସ୍ମାର୍ଟଫୋନର ଯୁଗରେ ଲୋକଙ୍କ ଅଧାରୁ ଅଧିକ ସମୟ ସ୍କ୍ରିନରେ ବିତି ଯାଉଛି। ପିଲା ହୁଅନ୍ତୁ ବା ବୃଦ୍ଧ ସମସ୍ତେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନରେ ଲାଗି ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି। କିଛି ଲୋକ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି । ଆପଣ ଯଦି ଏହା କରୁଥାନ୍ତି ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଏହି ଅଭ୍ୟାସ ପାଇଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ତେବେ ଜାଣିରଖନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ।

ଆଖିରେ କ୍ଷତି

ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ ବ୍ୟବହାର କରିବା ଦ୍ୱାରା ଆଖିରେ ସର୍ବାଧିକ କ୍ଷତି ହୋଇଥାଏ । ଫୋନରୁ ନିର୍ଗତ ଆଲୋକ ରେଟିନାକୁ ପ୍ରଭାବିତ କରିଥାଏ । ଯାହାଫଳରେ ରେଟିନା ସଙ୍କୁଚିତ ହୁଏ ଓ ଏହି ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ। 

ଚିନ୍ତା ଓ ଚାପ

ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ସେମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରି ନ ଥାନ୍ତି, ଯେଉଁଥିପାଇଁ ସେମାନଙ୍କର ପୂରା ଦିନ ଖରାପ ହୋଇଯାଏ ଓ ଅଳସୁଆ ଲାଗିଥାଏ । କାମରେ ମଧ୍ୟ କୌଣସି ଆଗ୍ରହ ଆସି ନଥାଏ, ଫଳସ୍ୱରୂପ ଲୋକମାନେ ଚିନ୍ତା ଓ ଚାପର ଶିକାର ହୁଅନ୍ତି ।


ଅନିଦ୍ରା

ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିବା ଦ୍ୱାରା ଅନିଦ୍ରା ସୃଷ୍ଟି ହୁଏ । ଫୋନରୁ ନିର୍ଗତ ହୋଇଥିବା ନୀଳ ଆଲୋକ ମେଲାଟୋନିନ୍ ହରମୋନର ନିର୍ଗମନକୁ ପ୍ରଭାବିତ କରିଥାଏ, ଯାହା ନିଦ୍ରାହୀନତାର ସମସ୍ୟା ସୃଷ୍ଟି କରିଥାଏ।


ମେଦବହୁଳତା

ଏସବୁ ବ୍ୟତୀତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିବା ଦ୍ୱାରା ଅନେକ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବା ଦ୍ୱାରା ଜଣେ ଅଧିକ ଭୋକିଲା ଅନୁଭବ କରେ । ଏହି ସମୟ ମଧ୍ୟରେ ଆମେ କିଛି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଉ । ଯେଉଁ କାରଣରୁ ଆପଣଙ୍କ ଓଜନ ଦ୍ରୁତ ଗତିରେ ବଢ଼ିପାରେ । ଏଥି ସହିତ, ନିଦ୍ରା ଅଭାବରୁ ରକ୍ତଚାପ ଓ ସୁଗାର ଲେଭେଲ୍ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ।

Share this post

Previous Post Next Post