ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

 

ବ୍ରହ୍ମପୁର MKCGରେ MBBS ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMC ନିକଟରେ ଅଭିଯୋଗ ହୋଇଛି। 

ତେବେ ଅଭିଯୋଗକୁ ଆଧାର କରି ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଲା NMC। ତେବେ NMC ପକ୍ଷରୁ ଚିଠି ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କଲେଜ ଡିନ୍। ତଦନ୍ତ ବେଳେ ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନଥିବା କହିଚନ୍ତି ଡିନ୍। ହେଲେ ଏବେବି ରାଗିଂ କରିଥିବା ଛାତ୍ରମାନଙ୍କୁ ଅଧିକ ପଚରାଉଚରା ଚାଲିଛି। ଏହାସହିତ ଏହି ଘଟଣାକୁ ନେଇ କଲେଜର ଆଣ୍ଟି ରାଗିଂ ସେଲ୍‌ରେ ବୈଠକ ବସିବ ବୋଲି କହିଛନ୍ତି କଲେଜ ଡିନ୍।

Share this post

Previous Post Next Post