ଗିରଫ ହେଲେ କୋଟିପତି ଯନ୍ତ୍ରୀ ଏନ୍ ଭି ହରିହର ରାଓ

 

ବନ୍ଧାହେଲେ ବାଲେଶ୍ବର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଯନ୍ତ୍ରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ରାଓଙ୍କ ବିଭିନ୍ନ ସ୍ଥାନରେ ରେଡ୍‌ କରି ବିପୁଳ ସଂପତ୍ତି ପାଇଥିଲା ଭିଜିଲାନ୍ସ ।

ତେବେ ଗତକାଲି ଭିଜିଲାନ୍ସର ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ସ୍ତବାର ଅସ୍ତାବର ସମ୍ପତ୍ତି ଉପରେ ଚଢାଉ ଆରମ୍ଭ କରିଥିଲା। ଗତକାଲି କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି  ଜାଗାରେ ଏକା ବେଳେ ଚଢଉ କରାଯାଇଥିଲା। ଚଢ଼ଉ ପରେ ୩.୪୩ କୋଟିର ସ୍ଥାୟୀ ଜମା,  ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ତେବେ ଗିରଫ ପରେ ଆଜି ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ କୋର୍ଟଚାଲାଣ କରାଯିବ ।

Share this post

Previous Post Next Post