ବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲା, ଓଡ଼ିଶାରେ ଲୁଚିଛି ମୁଖ୍ୟ ଅଭିଯୁକ୍ତ

 

ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ। ବେଙ୍ଗାଲୁରୁ ପୁଲିସ୍‌ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍‌ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କର୍ଣ୍ଣାଟକାର ଗୃହ ମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।

ଓଡ଼ିଶାରେ ଲୁଚି ଥିବା ସନ୍ଦିଗ୍ଧ ଅଭିଯୁକ୍ତ ଜଣଙ୍କ ବେଙ୍ଗାଲୁରୁର ଭୟାଲିକାବାଲ ଠାରେ ଜଣେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରିଥିଲେ। ଏହାପରେ ଏହାକୁ ରୁମରେ ଥିବା ଫ୍ରିଜ ମଧ୍ୟରେ ରଖି ଫେରାର ହୋଇଯାଇଛି। ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏସବୁ ଭିତରେ ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, "ଆମେ ଏହି ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛୁ। ହତ୍ୟା ଘଟଣା ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଛି। ହତ୍ୟା ଅଭିଯୁକ୍ତକୁ ପୁଲିସ୍‌ ଓଡ଼ିଶାରେ ଠାବ କରି ସାରିଛି। ସେ ଅପରାଧ ଘଟାଇଥିବା ପ୍ରମାଣ ଏକାଠି କରାଯାଉଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ୩ରୁ ୪ଟି ଟିମ ପଠାଇଛି।

Share this post

Previous Post Next Post