ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ଇନଭର୍ଟର । ତେବେ ଅଗ୍ନିକାଣ୍ଡ ଯୋଗୁଁ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଥିବା ଇନଭର୍ଟର ଫାଟି ଏହି ଅଗ୍ନିକାଣ୍ଡ ଘଟିଛି । ଯେଉଁ ପ୍ରକୋଷ୍ଠରେ ବସି ଜିଲ୍ଲାପାଳ ଅଭିଯୋଗ ଶୁଣନ୍ତି ସେହି ପ୍ରକୋଷ୍ଠରେ ଇନଭର୍ଟର୍ ଫାଟିବାରୁ ଅଗ୍ନିକାଣ୍ଡ ସ୍ଥିତି ଉପଜିଥିଲା । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ଖବରପାଇଖୋର୍ଦ୍ଧା ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତି ସୁଧାର ଅଛି । ହେଲେ କେତେ କ୍ଷୟକ୍ଷତି ଆକଳନ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
Social Footer